इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପାଇଁ ଗୋଟିଏ ସୂଚନା

ଆପଣଙ୍କ ପାଇଁ ଗୋଟିଏ ସୂଚନା

ପ୍ରିୟ ସାଙ୍ଗମାନେ

ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଆମେ ପାଞ୍ଚୋଟି ଅଧ୍ୟୟନ ଲେଖା ଉପରେ ଚର୍ଚ୍ଚା କରିବା ଏବଂ ଆଗକୁ ଦିଆଯାଇଥିବା କଥାଗୁଡ଼ିକ ବିଷୟରେ ଜାଣିବା:

  • ପ୍ରଥମ ଲେଖାରେ ଆମେ ଜାଣିବା ଯେ ଯିହୋବା ମଣିଷମାନଙ୍କୁ କେତେ ପ୍ରେମ କରନ୍ତି ଏବଂ ସେ ପାପ ସହ ଲଢ଼ିବା ପାଇଁ କିପରି ଆମକୁ ସାହାଯ୍ୟ କରିଛନ୍ତି ।

  • ଦ୍ୱିତୀୟ ଲେଖାରେ ଆମେ ଜାଣିବା ଯେ ପଶ୍ଚାତାପ କରିବାର ଅର୍ଥ କʼଣ ଏବଂ ପଶ୍ଚାତାପ କରିବା ପାଇଁ ଯିହୋବା କିପରି ଲୋକମାନଙ୍କ ସାହାଯ୍ୟ କଲେ ।

  • ତୃତୀୟ ଲେଖାରେ ଆମେ ଜାଣିବା ଯେ ଯେବେ କରିନ୍ଥୀୟ ମଣ୍ଡଳୀର ଜଣେ ବ୍ୟକ୍ତି ଗମ୍ଭୀର ପାପ କଲା ଏବଂ ପଶ୍ଚାତାପ କଲା ନାହିଁ, ତେବେ ମଣ୍ଡଳୀକୁ କʼଣ ନିର୍ଦ୍ଦେଶ ଦିଆଗଲା ।

  • ଚତୁର୍ଥ ଲେଖାରେ ଆମେ ଜାଣିବା ଯେ ଆଜି ଯେବେ କେହି ଭାଇ କିମ୍ବା ଭଉଣୀ ଗମ୍ଭୀର ପାପ କରନ୍ତି, ତେବେ ପ୍ରାଚୀନମାନେ କିପରି ସେହି ମାମଲାକୁ ସମାଧାନ କରନ୍ତି ।

  • ପଞ୍ଚମ ଲେଖାରେ ଆମେ ଜାଣିବା ଯେ ଯେବେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ବି ପ୍ରାଚୀନ ଏବଂ ଅନ୍ୟ ଭାଇଭଉଣୀମାନେ କିପରି ତାଙ୍କୁ ପ୍ରେମ ଓ ଦୟା ଦେଖାଇପାରିବେ ।