ଗୀତ ୫୮
ନମ୍ର ଲୋକଙ୍କୁ ଖୋଜନ୍ତୁ
(ଲୂକ ୧୦:୬)
-
୧. ଯୀଶୁ ଆଜ୍ଞା ଦେଲେ, ‘କର ପ୍ରଚାର ।’
ସିଏ ଏହି କାମ କଲେ,
ଥିଲେ ଖରା କି ବରଷା ।
ପିତାଙ୍କ ମେଷକୁ ପ୍ରେମ କଲେ,
ସକାଳରୁ ସଞ୍ଜ ଦେଲେ,
ଶାନ୍ତିର ବାର୍ତ୍ତା
ଯିବା ସବୁ ଘରଦ୍ୱାର,
କହିବା ସମସ୍ତଙ୍କୁ ଯେ
‘ରହିବ ନାହିଁ ଆଉ ଦୁଃଖକଷ୍ଟ ।’
(ଘୋଷା)
ଖୋଜନ୍ତି ସେ
ଯେ ଶାନ୍ତି ପାଇବାକୁ ଚାହେଁ ।
ଦେଉ ବାର୍ତ୍ତା,
ଶାନ୍ତିମୟ ପିତାଙ୍କଠାରୁ ।
ଭୁଲନ୍ତିନି
ସେ ଆମକୁ ।
-
୨. ସମୟ ରହେନି କାହା ପାଇଁ,
ରହିବା ଆମେ ବି କାଇଁ,
ଶୁଣାଇବା ସନ୍ଦେଶକୁ ।
ପ୍ରେମ କରୁ ଆମେ ସମସ୍ତଙ୍କୁ,
ଦେଉ ଆଶା ଯିଏ ଅଛି,
ଦୁଃଖିତ ହୃଦେ ।
ପାଉ ଯେବେ ନମ୍ର ଲୋକେ,
ଭରିଯାଏ ଖୁସି ମନେ,
ଏହି ଖୁସି ପାଇବା ଆମ ଇଚ୍ଛା ।
(ଘୋଷା)
ଖୋଜନ୍ତି ସେ
ଯେ ଶାନ୍ତି ପାଇବାକୁ ଚାହେଁ ।
ଦେଉ ବାର୍ତ୍ତା,
ଶାନ୍ତିମୟ ପିତାଙ୍କଠାରୁ ।
ଭୁଲନ୍ତିନି
ସେ ଆମକୁ ।
(ଯିଶା. ୫୨:୭; ମାଥି. ୨୮:୧୯, ୨୦; ଲୂକ ୮:୧; ରୋମୀ. ୧୦:୧୦ ମଧ୍ୟ ଦେଖନ୍ତୁ ।)