ସର୍ବଦା ଆନନ୍ଦ
ଡାଉନଲୋଡ୍:
୧. ଝିଲ୍ମିଲ୍ ତାରା ଭରା ରାତି
ଦେଖ ଆକାଶେ ।
ସଞ୍ଜ କି ସକାଳ ତୁମେ
ପ୍ରେମେ ସଜ୍ଜିଲ ।
ସୃଷ୍ଟି ଏହି ଭୂ ସାଗର
ଗଢ଼ା ତୁମ ହାତେ, ଖୁସି
ତୁମ ହୃଦୟେ ।
(ଘୋଷା)
ଖୁସି ତୁମ ରଚନାରେ;
ତାହା ମିଳେ ସନ୍ଦେଶରେ
ପାରଦୀଶ ଆଣିବ ।
ତୁମ ପ୍ରେମ ହିଁ ଅନନ୍ତ
ଅଟେ ସତ୍ୟ ସ୍ଥାୟୀ ଧନ ।
ତୁମଠାରୁ ହିଁ ମିଳେ
ସର୍ବଦା ଆନନ୍ଦ ।
୨. ଦେଲ ତୁମେ ସବୁ କିଛି
ଯେ ପାଉ ଖୁସି ।
ଯାହା ଶୁଣୁ ଧରୁ ଦେଖୁ
ଓ ଜାଣିପାରୁ ।
ତୁମେ ଦେଲ ଏ ଜୀବନ
ମନରେ ଅନନ୍ତକାଳ
ଖୁସି ଆମକୁ ।
(ଘୋଷା)
ଖୁସି ତୁମ ରଚନାରେ;
ତାହା ମିଳେ ସନ୍ଦେଶରେ
ପାରଦୀଶ ଆଣିବ ।
ତୁମ ପ୍ରେମ ହିଁ ଅନନ୍ତ
ଅଟେ ସତ୍ୟ ସ୍ଥାୟୀ ଧନ ।
ତୁମଠାରୁ ହିଁ ମିଳେ
ସର୍ବଦା ଆନନ୍ଦ ।
(ବିଶେଷ ପଂକ୍ତି)
ଖୁସିରୁ ଦୂରେ ଥିଲୁ
ତୁମ ପୁତ୍ର ବିନା,
ଆମ ସଦା ଖୁସି ପାଇଁ
ଦେଲ ଜୀବନ ପୁତ୍ରର ।
(ଘୋଷା)
ଖୁସି ତୁମ ରଚନାରେ;
ତାହା ମିଳେ ସନ୍ଦେଶରେ
ପାରଦୀଶ ଆଣିବ ।
ତୁମ ପ୍ରେମ ହିଁ ଅନନ୍ତ
ଅଟେ ସତ୍ୟ ସ୍ଥାୟୀ ଧନ ।
ତୁମଠାରୁ ହିଁ ମିଳେ
ସର୍ବଦା ଆନନ୍ଦ ।
(ଘୋଷା)
ଖୁସି ତୁମ ରଚନାରେ;
ତାହା ମିଳେ ସନ୍ଦେଶରେ
ପାରଦୀଶ ଆଣିବ ।
ତୁମ ପ୍ରେମ ହିଁ ଅନନ୍ତ
ଅଟେ ସତ୍ୟ ସ୍ଥାୟୀ ଧନ ।
ତୁମଠାରୁ ହିଁ ମିଳେ
ସର୍ବଦା ଆନନ୍ଦ ।
(ଗୀତ. ୩୭:୪; ୧ କରି. ୧୫:୨୮ ମଧ୍ୟ ଦେଖନ୍ତୁ ।)